ବାଟ ଦେଖାଇବ ଜଳ ସୁରକ୍ଷା ଯୋଜନା


ନୂଆପଡା ଜିଲ୍ଲାର ଗ୍ରାମବାସୀ ପ୍ରସ୍ତୁତ କରୁଛନି ନିଜର ଓ ନିଜ ଗାଁର ଜଳସୁରକ୍ଷା ଯୋଜନା । ଆବଶ୍ୟକତା, ଉପଲବ୍ଧିତା, ସମ୍ପଦ, ବିପଦ, ସମ୍ଭାବନା, ଆଶଙ୍କା ଆଦିର ଆକଳନରୁ ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ହେଉଛି ଯୋଜନାବଦ୍ଧ ପ୍ରସ୍ତୁତି।

ଚାଲିଛି ଜଳ ନିରାପତ୍ତା ଯୋଜନାର ପ୍ରସ୍ତୁତି କାର୍ଯ୍ୟକ୍ରମଅନୁନ୍ନତ ମରୁଡ଼ି ପ୍ରପିଡିତ ତଥା ଫ୍ଲୋରୋସିସ୍‍ ଆକ୍ରାନ୍ତ ନୂଆପଡ଼ା ଜିଲ୍ଲାର କିଛି ଗ୍ରାମରେ ଗ୍ରାମବାସୀ ପ୍ରସ୍ତୁତ କରୁଛନ୍ତି ନିଜ ପାଇଁ ଓ ନିଜ ଗାଁ ତଥା ପଞ୍ଚାୟତ ପାଇଁ ଜଳ ସୁରକ୍ଷା ଯୋଜନା। ୱାଟରଏଡ୍‍ ର ଆର୍ଥିକ ସହାୟତାରେ ଆରସିଡିସି କାର୍ଯ୍ୟକାରି କରୁଥିବା ପ୍ରକଳ୍ପ ଅଧୀନରେ ଥିବା ୨୯ଟି ଗ୍ରାମର ଗ୍ରାମବାସୀ ଆରମ୍ଭ କରିଛନ୍ତି ଏହି ପ୍ରସ୍ତୁତି। ସଂଧ୍ୟା ହୋଇଗଲେ; ନହେଲେ ମଧ୍ୟାହ୍ନରେ ଗାଁ ଗାଁରେ ଚାଲିଛି ଏଥିପାଇଁ ବୈଠକ।

ଏହି ପ୍ରକ୍ରିୟାରେ ସାମିଲ ହୋଇ ଗ୍ରାମବାସୀମାନେ ଗାଁ ଭିତରେ ଓ ବାହାରେ ଥିବା ଜଳଉତ୍ସ, ସେଗୁଡିକର ସ୍ଥିତି, ସ୍ୱଚ୍ଛ ଓ ସୁରକ୍ଷିତ ପାନୀୟ ଜଳର ଉପଲବ୍ଧିତା, ବ୍ୟବହାରିକ ସ୍ଥିତି , ବ୍ୟବହାରର ଧାରା ଆଦି ସମ୍ପର୍କରେ ଆକଳନ କରିଛନ୍ତି ବର୍ତ୍ତମାନର ଆକଳନ ସହିତ ଭବିଷ୍ୟତର ସ୍ଥିତି, ସମ୍ଭାବନା ଓ ଆବଶ୍ୟକତା ହିସାବକୁ ନେଇ ସେମାନେ ପ୍ରସ୍ତୁତ କରୁଛନି ନିଜ ଯୋଜନା। ଅତି ସହଜ ଓ ସରଳ ପନ୍ଥାରେ ପାନୀୟ ଜଳର ଆବଶ୍ୟକତା, ପିଇବା ପାଇଁ ପଶୁପକ୍ଷିଙ୍କ ଆବଶ୍ୟକତା ତଥା ଆନ୍ୟାନ୍ୟ ଜରୁରୀ ଆବଶ୍ୟକତାର ଆକଳନ କରୁଛନ୍ତି ଲୋକେ। ରୋଗବିରୋଗ, ସନ୍ତୁଷ୍ଟି ଓ କଷ୍ଟର କାରଣ ଓ ସ୍ଥିତି ଅନୁଧ୍ୟାନ ହେଉଛି। ପାଣି କେଉଁଠୁ ଆସୁଛି, କେମିତି ଆସୁଛି, କିଏ କଣ କରୁଛନ୍ତି ସବୁରି ଚର୍ଚ୍ଚା ହେଉଛି। ନିଜ ଗାଁ ବ୍ୟତୀତ ନିଜର ପଡୋଶୀ ଗାଁର ସ୍ଥିତିର ମଧ୍ୟ ଆଲୋଚନା ହେଉଛି।

ନିପଟ ମଫସଲ ଏହି ଆଦିବାସୀ, ହରିଜନ ବହୁଳ ଗାଁମାନଙ୍କର ଲୋକେ ଏଇଥିପାଇଁ କରୁଛନ୍ତି ସମୟରେଖା, ଐତିହାସିକ ଗତି ଚିତ୍ର, ସମୟ ଧାରା, ଋତୁକାଳୀନ ମାନଚିତ୍ର, ରୁଟି ଚିତ୍ର, ସମ୍ପଦମାନଚିତ୍ର ଭଳି ସରଳ ପନ୍ଥା।



 

ଯୋଜନା ତିଆରିରେ ମିଳୁଥିବା ଫାଇଦା

·         ଜଳର ଉପଲବ୍ଧତା, ଆବଶ୍ୟକତା, ସମସ୍ୟା ଓ ସମାଧାନରେ ମାର୍ଗଦର୍ଶନ ମିଳିବ

·         ବର୍ତ୍ତମାନର ଜଳ ଅସୁରକ୍ଷିତତାକୁ ଦୂର କରିବାର ପନ୍ଥା ଚିହ୍ନଟ ହେବ

·         ମଧ୍ୟକାଳୀନ ଓ ଦୀର୍ଘକାଳୀନ ଜଳ ସଙ୍କଟ ସମସ୍ୟାର ସମାଧାନ ବାଟ ମିଳିବ

·         ସୁଷମ ବଣ୍ଟନ ଓ ବିନିଯୋଗ ପାଇଁ ବାଟ ମିଳିବ

·         ଜଳ ପରିଚାଳନା, ଉତ୍ସଗୁଡିକର ସୁରକ୍ଷା, ସଂରକ୍ଷଣ, ଖନନ ଆଦିର ସଠିକ ଓ ସମୟୋଚିତ ନିଷ୍ପତି ହୋଇପାରିବ

·         ସରକାରୀ ଓ ବେସରକାରୀ ଯୋଜନାର ଲାଭ ନିଆଯାଇ ପାରିବ

·         ନିଜର ଅଧିକାର ଓ ଦାୟିତ୍ୱର ସଚେତନତା ଆସିବ

 

'ଆରସିଡିସି ପକ୍ଷରୁ ଆମକୁ ସବୁବେଳେ ପ୍ରେରଣା ଓ ସହାୟତା ମିଳୁଛି। ଆରସିଡିସି ଆମକୁ ବେସ୍‍ ଲାଇନ ତଥ୍ୟ ଏବଂ ଜିଆଇଏସ୍‍ ଓ ଗୁଗୁଲ ଆର୍ଥ ଭଳି ଆଧୁନିକ ବୈଷୟିକ ତଥ୍ୟ ପ୍ରଦାନ କରୁଛି ଯାହା ଆମକୁ ପ୍ରଭୁତ ଭାବରେ ସାହାଯ୍ୟ କରୁଛି'' କହନ୍ତି ବର୍ତ୍ତମାନ ଜିଲ୍ଲା ଜଳବନ୍ଧୁ ମଞ୍ଚର ଅଗ୍ରଣୀ ସଦସ୍ୟ ତଥା କୋମନା ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଭକ୍ତରାମ ଶବର। 'ଆମେ ବର୍ଷବର୍ଷ ଧରି ଏହି ଗାଁରେ ରହି ଆସିଛୁ। କିନ୍ତୁ ଜଳଉତ୍ସ ଗୁଡିକୁ ନେଇ ବଜେଟ୍‍ ତିଆରି କରିବା କଥା ଭାବି ନଥିଲୁ କି ସେଭଳି ଏକ ଆବଶ୍ୟକତା ଅଛି ବୋଲି ଅନୁଭବ କରି ନଥିଲୁ। ଏବେ ଆମେ ଗାଁରେ ଜଳ ନିରାପତ୍ତା ଯୋଜନା ତିଆରି କରୁଛୁ। ଗାଁର ଜଣେ ବ୍ୟକ୍ତି ମଧ୍ୟ ଯେପରି ଜଳ ଅସୁରକ୍ଷିତ ନହେବ ତାହାର ଚିନ୍ତା କରୁଛୁ। ବିଭିନ୍ନ ସରକାରୀ ଯୋଜନାର ଲାଭ ନେବା ସହିତ ନିଜର ଭୂମିକା ବିଷୟରେ ସ୍ପଷ୍ଟ ହେବା ପାଇଁ ଏହା ଆମକୁ ସାହାଯ୍ୟ କରିବା ତଥା ଆମର ଭବିଷ୍ୟତ ପୀଢିକୁ ବିପଦରୁ ମୁକ୍ତି ଦେବ ବୋଲି ଆଶା କରୁଛୁ'', କହନ୍ତି ବେଲଟୁକୁରି ପଞ୍ଚାୟତ ସିଙ୍ଗପୁର ଗ୍ରାମ୍ୟ ଜଳ ପରିମଳ କମିଟିର ସଭାପତି ନାରାୟଣ ଚନ୍ଦ୍ରକାର।

ଏବେ ପ୍ରଥମ ପର୍ଯ୍ୟାୟରେ ଗ୍ରାମ ଜଳ ସୁରକ୍ଷା ଯୋଜନା ପ୍ରସ୍ତୁତ ହୋଇଛି। ପରବର୍ତ୍ତୀ ପର୍ଯାୟରେ ପଞ୍ଚାୟତରେ ଥିବା ସମସ୍ତ ଗ୍ରାମର ଯୋଜନାକୁ ମିଶାଇ ପଞ୍ଚାୟତ ଯୋଜନା ପ୍ରସ୍ତୁତ କରିବାର ଯୋଜନା ଅଛି ବୋଲି କହନ୍ତି ଶ୍ରୀ ଚନ୍ଦ୍ରକାର।
 

Posted by
Get the latest news on water, straight to your inbox
Subscribe Now
Continue reading