ଓଡ଼ିଶାରେ ଫ୍ଲୋରାଇଡ୍ ପ୍ରଦୂଷଣ
ଫ୍ଲୋରାଇଡ୍ କ’ଣ?
ପ୍ରଥମେ ୧୮୮୬ ମସିହାରେ ଫରାସୀ ରସାୟନବିତ୍ ହେନେରୀ ମୋଇସାନ୍ ବିଦ୍ୟୁତ ବିଶ୍ଳେଷଣ ପ୍ରକ୍ରିୟାରେ ଫ୍ଲୋରିନ୍ ମୌଳିକର ପୃଥକ କରିଥିଲେ. ଫ୍ଲୋରିନର ଆବିଷ୍କାର ପାଇଁ ୧୯୦୬ ମସିହାରେ ମୋଇସାନ୍ଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା.
ଫ୍ଲୋରିନ୍ ଏକ ପ୍ରତିକ୍ରିୟାଶୀଳ ମୌଳିକ ହୋଇଥିବାରୁ ଏହା ପ୍ରକୃତିରେ ମୁକ୍ତ ଅବସ୍ଥାରେ ଉପଲବ୍ଧ ହୋଇପାରିନଥାଏ. ଏହା ସାଧାରଣତଃ ହାଇଡ୍ରୋଜେନ୍, କ୍ୟାଲସିୟମ୍, ମାଗ୍ନେସିୟମ, ସୋଡ଼ିୟମ, ଆଲୁମିନିୟମ୍ ଆଦି ମୌଳିକ ସହିତ ମିଶି ବିଭିନ୍ନ ଫ୍ଲୋରାଇଡ୍ ରୂପରେ ଭୂପୃଷ୍ଠସ୍ଥ ଶିଳାରେ ମିଶି ରହିଥାଏ. କେତେକ ସାଧାରଣ ଫ୍ଲୋରାଇଡ ପଦାର୍ଥ ମଧ୍ୟରେ ହାଇଡ୍ରୋଜେନ ଫ୍ଲୋରାଇଡ୍, ସୋଡ଼ିୟମ ଫ୍ଲୋରାଇଡ୍, ଫ୍ଲୋରୋସିଲିକ୍ ଅମ୍ଳ ଅନ୍ୟତମ. ପୃଥିବୀ ପୃଷ୍ଠରେ ପ୍ରତି କି.ଗ୍ରା. ବସ୍ତୁତ୍ୱରେ ପ୍ରାୟ ୦.୩ ଗ୍ରା. ଫ୍ଲୋରାଇଡ୍ ପଦାର୍ଥ ରହିଥିବାର ଜଣାଯାଏ. ଏହା ବିଶେଷତଃ ଫ୍ଲୋସ୍ପାର, ଫ୍ଲୋରାଇଟ୍, କ୍ରାୟୋଲାଇଟ ଓ ଫ୍ଲୋରୋପାଟାଇଟ୍ ଖଣିଜରେ ରହିଥାଏ. ଭୂପୃଷ୍ଠରେ ଥିବା ଫ୍ଲୋରାଇଡ ଖଣିଜଗୁଡ଼ିକ ମଧ୍ୟରୁ କ୍ୟାଲ୍ସିୟମ୍ ଫ୍ଲୋରାଇଡ (CaF୨) ବା ଫ୍ଲୋରାଇଟ୍ ହେଉଛି ପ୍ରାୟ ୪୯ ଭାଗ. କଳା ଲୁଣ ନାମରେ ପରିଚିତ ଏହି ଖଣିଜରେ ୧୫୭ ପିପିଏମ୍ ଫ୍ଲୋରାଇଡ୍ ରହିଥାଏ. ଏହି ନରମ ଓ ରଙ୍ଗୀନ୍ ଖଣିଜ ପଦାର୍ଥଟି ପୃଥିବୀର ପ୍ରାୟ ସବୁ ଅଞ୍ଚଳରେ ଦେଖିବାକୁ ମିଳିଥାଏ. ମୃତ୍ତିକାରେ ବାଇଓଟାଇଟ, ମସ୍କୋଭାଇଟ୍, ହର୍ଣ୍ଣବ୍ଲେଣ୍ଡ୍ ଆଦି ଖଣିଜ ରୂପରେ ମଧ୍ୟ ରହିଥାଏ. ଫ୍ଲୋରାଇଡ ଯୁକ୍ତ ଶିଳା ଜଳ ସଂସ୍ପର୍ଶ ଆସିଲେ ଫ୍ଲୋରାଇଡ୍ ଯୌଗିକ ସେଥିରେ ଦ୍ରବୀଭୂତ ହୋଇ ମିଶିଯାଏ. ସାଧାରଣତଃ ଭୁପୃଷ୍ଠସ୍ଥ ଜଳରେ ସ୍ୱଳ୍ପ ପରିମାଣରେ ଫ୍ଲୋରାଇଡ ରହିଥାଏ. ମାତ୍ର ଭୂଗର୍ଭସ୍ଥ ଜଳ ଦୀର୍ଘ ସମୟ ଧରି ଫ୍ଲୋରାଇଡ୍ଯୁକ୍ତ ଶିଳା ସଂସ୍ପର୍ଶରେ ଆସୁଥିବାରୁ ସେଥିରେ ପ୍ରଚୁର ପରିମାଣରେ ଫ୍ଲୋରାଇଡ ପଦାର୍ଥ ରହିଥାଏ. ସମୁଦ୍ର ଜଳରେ ଲିଟର ପ୍ରତି ହାରାହାରୀ ୧.୩ ମି.ଗ୍ରା. ଫ୍ଲୋରାଇଡ୍ ରହିଥିବାର ଜଣାଯାଏ. ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥରେ ଊଣା ଅଧିକେ ଫ୍ଲୋରାଇଡ୍ ରହିଥାଏ . ତେବେ ଚା’ ରେ ପ୍ରଚୁର ପରିମାଣରେ ଫ୍ଲୋରାଇଡ୍ ରହିଥିବାର ଜଣାଯାଏ. ଏକ କପ୍ ଚା’ରେ ୦.୮ ମି.ଗ୍ରା. ପର୍ଯ୍ୟନ୍ତ ଫ୍ଲୋରାଇଡ୍ ରହିଥାଏ. ସେହିପରି ଆମର ନିତ୍ୟ ବ୍ୟବହାର୍ଯ୍ୟ ଦାନ୍ତଘଷା ପେଷ୍ଟ୍ରେ ୧୦୦୦ରୁ ୧୫୦୦ ପିପିଏମ୍ ପର୍ଯ୍ୟନ୍ତ ଫ୍ଲୋରାଇଡ୍ ରହିଥିବାର ଜଣାଯାଏ.
ମନୁଷ୍ୟ ସ୍ୱାସ୍ଥ୍ୟ ପାଇଁ ଫ୍ଲୋରାଇଡ୍
ଜଳର ଫ୍ଲୋରାଇଡ ପ୍ରଦୂଷଣ
ମାନବ ସ୍ୱାସ୍ଥ୍ୟ ଉପରେ ମାତ୍ରାଧିକ ଫ୍ଲୋରାଇଡ୍ର ପ୍ରଭାବ
ଓଡ଼ିଶାରେ ଫ୍ଲୋରୋସିସ୍ର ସ୍ଥିତି
ଖୋର୍ଦ୍ଧାର ଫ୍ଲୋରୋସିସ୍ ପ୍ରଭାବିତ ଦୁଇ ଗ୍ରାମ: ବାଳସିଂହ ଓ ସିଂହପୁର
ଫ୍ଲୋରାଇଡ୍ ପ୍ରଭାବିତ ନୂଆପଡ଼ା ଜିଲ୍ଲା
ସମାପ୍ତ